ଟାଙ୍ଗିଆପଡା ଆଶ୍ରମ ଠାରେ ନିଧି ସମର୍ପଣର ପୂଜନ କାର୍ଯ୍ୟକ୍ରମ

 


ଖୋର୍ଦ୍ଧା: ଖୋର୍ଦ୍ଧା ଜଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ଥାନୀୟ ଟାଙ୍ଗିଆପଡା ଆଶ୍ରମ ଠାରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନିଧି ସମର୍ପଣର ଏକ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବୈକୁଣ୍ଠ ନାଥ ମହାପାତ୍ର ପୌରହିତ୍ୟ କରିଥିବା ବେଳେ ବିଭୁନ୍ଦେଦୁ ବିଦ୍ୟାଧର, ଶିକ୍ଷାବିତ ଗୁଣନିଧି ମହାପାତ୍ର, ସମରେନ୍ଦ୍ର ଶତପଥି, ସୁବାସ ଚନ୍ଦ୍ର ସାହୁ, ବିନୋଦ ଗଜେନ୍ଦ୍ର, ରାଜୁ ବେହେରା, ବୀରେନ୍ଦ୍ର ଶତପଥୀ, ପ୍ରତାପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments