ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଆରମ୍ଭ

 ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଆରମ୍ଭ


ପୁରୀ, ୯/୧  : ପୁରୀ ପାଖ ଗୋରୁଆଳ ପଂଚାୟତ ଆଳିପଡ଼ା ଗ୍ରାମରେ ଗୋବିନ୍ଦ ଗୋଶାଳା ପରିସରରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ  ୭ ଦିନ ଧରି ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁସନ୍ଥ, ରାମାୟଣ ପ୍ରବଚକ, ଗୋମାତା ସେବକ, ମଠାଧୀଶମାନେ ଯୋଗ ଦେଇଥିବା ସହ ଧର୍ମସଭା, ଗୋମାତା ସେବା ସହ ଯଜ୍ଞ ମଧ୍ୟ ଆରମ୍ଭ ହୋଇଛି । ଏହି ମହୋତ୍ସବକୁ ଉତ୍କଳ ପୀଠାଧିଶ୍ୱର ଜଗତ୍‌ଗୁରୁ ରାମାନନ୍ଦଚାର୍ଯ୍ୟ ସ୍ୱାମୀ ଅରୁପାନନ୍ଦ ମହାରାଜ ଉଦ୍‌ଘାଟନ କରିଥିଲେ । ଏଥିସହିତ ଗୋମାତା ସେବା ଓ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ଧାର୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଗୋଶାଳାର ମୁଖ୍ୟ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ମହାରାଜଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବକୁ ଆୟୋଜନ କରାଯାଇଥିଲାବେଳେ ସଂସ୍ଥାର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ଏବଂ ଧାର୍ମିକ ସଙ୍ଗଠକ ବିଷ୍ଣୁଦତ ଦାସ ଉତ୍ସବକୁ ସଂଯାଜନା କରିଥିଲେ । ଏହି ସମାରୋହରେ ପୁରୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାଧୁସନ୍ଥ, ମଠାଧୀଶ, ସାମ୍ବାଦିକ ଓ ଆଖପାଖ ଅଂଚଳର ଶତାଧିକ ଗ୍ରାମାବାସୀ ସାମିଲ ହୋଇଥିଲେ ।

Comments